Breaking

ପୁଣି ଚର୍ଚ୍ଚାରେ “ବାବା କା ଢାବା”

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

କିଛିଦିନ ତଳେ ସୋସିଆଲ ମିଡ଼ିଆରେ ଦିଲ୍ଲୀର ବୃଦ୍ଧ ଦମ୍ପତି ଙ୍କ ଜଳଖିଆ ଦୋକାନ “ବାବା କା ଢାବା” ଖୁବ୍ ଚର୍ଚ୍ଚା ରେ ରହିଥିଲା। କରୋନା ପାଇଁ କେହି ତାଙ୍କ ଜଳଖିଆ ଦୋକାନ କୁ ଆସୁନଥିବା କହି କାନ୍ଦି କାନ୍ଦି ନିଜ ଦୁଃଖ ବଖାଣି ଥିଲେ ଦମ୍ପତି। ଏ ନେଇ ଗୌରବ ୱାସନ୍ ନାମକ ଜଣେ ଯୁବକ ଭିଡ଼ିଓ କରିବା ପରେ ଜନସାଧାରଣ ଏବଂ ପ୍ରଶାସନ ତରଫରୁ ତାଙ୍କୁ ବେଶ୍ ସହାୟତା ମିଳିଥିଲା। ତେବେ ନିକଟରେ ବାବା କା ଢାବା ର ମାଲିକ, କାନ୍ତା ପ୍ରସାଦ ଗୌରବ ୱାସନ୍ ଙ୍କ ନାମରେ ଟଙ୍କା ହେରଫେର ର ଅଭିଯୋଗ ଆଣିଛନ୍ତି। ତାଙ୍କ କହିବା ଅନୁଯାୟୀ ଗୌରବ ସୋସିଆଲ ମିଡ଼ିଆରେ “ବାବା କା ଢାବା” ସହଯୋଗ କରିବା ପାଇଁ ଲୋକଙ୍କୁ ନିବେଦନ କରିଥିଲେ। ଯେଉଁଥିରେ ସେ କେବଳ ନିଜର ଏବଂ ନିଜ ସମ୍ପର୍କୀୟଙ୍କ ଫୋନ୍ ନମ୍ୱର୍ ଓ ଆକାଉଣ୍ଟ୍ ନମ୍ୱର୍ ଦେଇଥିଲେ। ସେଠାରୁ ସଂଗ୍ରହ ହୋଇଥିବା ଅର୍ଥରାଶି ଆଜି ପର୍ଯ୍ୟନ୍ତ ସେ କାନ୍ତା ପ୍ରସାଦ ଙ୍କୁ ଦେଇ ନାହାନ୍ତି ବୋଲି କାନ୍ତା ପ୍ରସାଦ ଅଭିଯୋଗ କରିଛନ୍ତି।

loading...

Leave A Reply

Your email address will not be published.