Breaking

ସାମ୍ବାଦିକଙ୍କୁ ଆକ୍ରମଣର ନିନ୍ଦା କଲେ ଭୁବନେଶ୍ୱର ଜିଲ୍ଲା ବିଜେଡି ସମ୍ପାଦକ

0

ସାମ୍ବାଦିକଙ୍କୁ ଆକ୍ରମଣର ନିନ୍ଦା କଲେ ଭୁବନେଶ୍ୱର ଜିଲ୍ଲା ବିଜେଡି ସମ୍ପାଦ
ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ । ସେ ସବୁବେଳେ ନିରପେକ୍ଷତା ଅବଲମ୍ବନ କରି ସମ୍ବାଦ ପରିବେଷଣ କରିବା ସହ ସମାଜକୁ ନୂଆ ଦିଗଦର୍ଶନ ଦେଇଥାଏ । ବେଳେବେଳେ ଗଣମାଧ୍ୟମର ପ୍ରତିନିଧିମାନେ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଥିବାବେଳେ କିଛି ଅସାମାଜିକ ଲୋକଙ୍କ ଆକ୍ରୋଶର ଶିକାର ହେଇଥାନ୍ତ । ଏହିପରି ଏକ ଜ୍ୱଳନ୍ତ ଉଦାହରଣ ପୁଣି ପୁନରାବୃତ୍ତି ହୋଇଛି । ରାଜ୍ୟ ରାଜଧାନୀର ନଡ଼ିଘୋଷ ଟିଭି ନାମକ ଗଣମାଧ୍ୟମର ସାମ୍ବାଦିକ ଅନୁଜ ଦାସ, ଏବଂ କ୍ୟାମେରା ମ୍ୟାନ ବିଷ୍ଣୁ ତାରାସିଆଙ୍କୁ ଆକ୍ରମଣ ସହ କ୍ୟାମେରା ଭାଙ୍ଗିବା ଏବଂ ଅନ୍ୟ ଜଣେ ପ୍ରତିନିଧି ଆକ୍ରମଣର ଶିକାର ହୋଇଛନ୍ତି । ଏଭଳି ଅମାନୁଷିକ କାର୍ଯ୍ୟ ଘଟାଇଥିବା ଦୁର୍ଦ୍ଦାନ୍ତ ଅପରାଧୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ । ବାରମ୍ବାର ଏଭଳି ଘଟଣା ରାଜ୍ୟର କୋଣ ଅନୁକୋଣରେ ଘଟୁଥିବା ବେଳେ ଏଥିପ୍ରତି ପୋଲିସ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ । ଏହିଭଳି ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ହେବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଭୁବନେଶ୍ୱର ଜିଲ୍ଲା ବିଜେଡିର ସମ୍ପାଦକ ପୁରଞ୍ଜନ ପାଢ଼ୀ କ୍ଷୋଭର ସହ କହିଛନ୍ତି ।

loading...

Leave A Reply

Your email address will not be published.