Breaking

ଆଜି ସନ୍ଧ୍ୟରେ ଓଡ଼ିଶାରେ ପହଞ୍ଚିବ ବାଜପେୟୀଙ୍କ ଅସ୍ଥି କଳସ

0

ଭୁବନେଶ୍ୱର : ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳବିହାରୀ ବାଜପେୟୀଙ୍କ ଅସ୍ଥି କଳସ ଆଜି ସନ୍ଧ୍ୟରେ ଓଡ଼ିଶାରେ ପହଞ୍ଚିବ। ଅପରାହ୍ନରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଅସ୍ଥିକଳସ ଧରି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ପରେ ଦଳୀୟ କାର୍ଯ୍ୟାଳୟକୁ ପାଛୋଟି ଅଣାଯିବା ଏବଂ ରାତିସାରା ଭଜନ କୀର୍ତ୍ତନ କରାଯିବ।ଆସନ୍ତାକାଲି ଚିତାଭସ୍ମକୁ ପୁରୀ ନିଆଯାଇ ମହୋଦଧିରେ ବିସର୍ଜନ କରାଯିବାର କାର୍ୟ୍ୟକ୍ରମ ରହିଛି । କେବଳ ମହୋଦଧି ନୁହେଁ, ରାଜ୍ୟର ପ୍ରମୁଖ ନଦୀରେ ବାଜପେୟୀଙ୍କ ଅସ୍ଥି ବିସର୍ଜନ କରାଯିବ । ସେହିପରି ଆସନ୍ତା ୨୪ ତାରିଖ ଦିନ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ ସର୍ବଦଳୀୟ ସ୍ମୃତିଚାରଣ ସଭା ।

loading...

Leave A Reply

Your email address will not be published.