Breaking

ଅଭିନେତା ଆସିଫ ବାସ୍ରାଙ୍କ ମୃତ୍ୟୁ

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

ଲୋକପ୍ରିୟ ଫିଲ୍ମ ଅଭିନେତା ଆସିଫ ବାସ୍ରା ଙ୍କ ୫୩ ବର୍ଷ ବୟସ ରେ ମୃତ୍ୟୁ ଘଟିଛି। ଧର୍ମଶାଳା ସ୍ଥିତ ଏକ ପ୍ରାଇଭେଟ୍ କମ୍ପ୍ଲେକ୍ସ ରୁ ତାଙ୍କ ମୃତ ଶରୀର ଉଦ୍ଧାର କରାଯାଇଛି। ମୃତ୍ୟୁ ର କାରଣ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଥିବା ବେଳେ ଫରେନ୍ସିକ ଦଳ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଆସିଫଙ୍କ ମୃତ୍ୟୁ ଖବର ଶୁଣିବା ପରେ ତାଙ୍କ ପ୍ରଶଂସକ ଏବଂ ବଲିଉଡ୍ ଜଗତରୁ ତାଙ୍କ ଅମର ଆତ୍ମା ର ସଦ ଗତି ପାଇଁ ପ୍ରାର୍ଥନା କରାଯାଉଛି। ହଂସଲ ମେହେଟା, ଦିବ୍ୟା ଦତ୍ତା, ମନୋଜ ବାଜପେୟୀ ଆଦି କଳାକାର ମାନେ ତାଙ୍କ ମୃତ୍ୟୁରେ ଶୋକ ପ୍ରକଟ କରିଛନ୍ତି।
ପୂର୍ବରୁ ସିନେମାରେ କାମ କରୁଥିବା ଏହି ପ୍ରମୁଖ କଳାକାର ଆମାଜନ ପ୍ରାଇମ ର ପାତାଳ ଲୋକ ଏବଂ ହଟଷ୍ଟାର ର ହଷ୍ଟେଜେସ ୱେବ୍ ସିରିଜ ଜରିଆରେ ୱେବ୍ ଦୁନିଆରେ ପାଦ ଥାପିଥିଲେ।

loading...

Leave A Reply

Your email address will not be published.