Breaking

ମହାନଦୀରୁ ଉଦ୍ଧାର ହେଲେ ଅମ୍ଳାନଙ୍କ ପତ୍ନୀ

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

ଓଲିଉଡ଼ ଅଭିନେତା ଅମ୍ଳାନ ଙ୍କ ପତ୍ନୀଙ୍କୁ କଟକ ମହାନଦୀ ରୁ ଉଦ୍ଧାର କରାଯାଇଛି। ଆଜି ଅପରାହ୍ନରେ ମହାନଦୀ ପୋଲ ଉପରେ ସ୍କୁଟି ରଖି ଜଣେ ମହିଳା ନଦୀ ମଧ୍ୟକୁ ଡେଇଁ ପଡ଼ିଥିଲେ। ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ଉଦ୍ଧାର ହେବା ପରେ ମହିଳା ଜଣଙ୍କ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅମ୍ଳାନ ଦାସଙ୍କ ପତ୍ନୀ ତଥା ଓଲିଉଡ଼ ର ବରିଷ୍ଠ କଳାକାର ମିହିର ଦାସଙ୍କ ବୋହୂ ବୋଲି ଜଣା ପଡ଼ିଛି। ଅମ୍ଳାନଙ୍କ କହିବା ଅନୁଯାୟୀ ପୂଜା ଫୁଲ ବିସର୍ଜନ କରିବାକୁ ଆସି ନଦୀ ମଧ୍ୟକୁ ଖସି ପଡ଼ିଥିଲେ ଭୂମିକା। ତେବେ ଉଦ୍ଧାର ହେବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି।
ସୂଚନା ଯୋଗ୍ୟ ଯେ ଗତ ଫେବୃଆରୀ ୭ ତାରିଖରେ ଅମ୍ଳାନ ତାଙ୍କ ଛୋଟ ବେଳର ବାନ୍ଧବୀ ଭୂମିକାକୁ ବିବାହ କରିଥିଲେ।

loading...

Leave A Reply

Your email address will not be published.