Breaking

ଚିରନିଦ୍ରାରେ ଅଟଳ ! ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ ସରକାରୀ କାର୍ଯ୍ୟାଳୟ ଛୁଟି

0

ନୂଆଦିଲ୍ଳୀ : ଆରପାରିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ଚିକିତ୍ସାଧୀନ ଅବସ୍ଥାରେ ଆଜି ଦିଲ୍ଲୀ ଏମ୍‌ସରେ ସେ ଆଖି ବୁଜିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା ।ତାଙ୍କ ମୃତ୍ୟୁରେ ଦେଶରେ ଶୋକର ଲହରି ଖେଳି ଯାଇଛି। ବାଜପେୟୀଙ୍କ ନିଧନ ପରେ ଏମ୍ସକୁ ନେତା ଓ ବିଶିଷ୍ଟ ବ୍ୟକ୍ତିଙ୍କର ସୂଅ ଛୁଟିଛି। ଏହି କ୍ରମରେ ଓଡ଼ିଶା ସରକାର ଆସନ୍ତାକାଲି ସମସ୍ତ ସ୍କୁଲ, କଲେଜ ଓ ସରକାରୀ କାର୍ୟ୍ୟାଳୟ ଛୁଟି ଘୋଷଣା କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦେଇଛନ୍ତି। ସେହିଭଳି ଶନିବାର ଦିଲ୍ଲୀର ସମସ୍ତ ବଜାର ଗୁଡ଼ିକ ବନ୍ଦ ରହିବ।

loading...

Leave A Reply

Your email address will not be published.