Breaking

ଆବସୋଲ୍ୟୁଟ୍ ଟୋଟାଲ୍ ଡିଷ୍ଟ୍ରିବ୍ୟୁଟର୍ସ ଉଦ୍‌ଘାଟିତ

ସୁଲଭ ମୂଲ୍ୟରେ ମିଳିବ ନୂଆ ସିଲିଣ୍ଡର

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଫ୍ରାନ୍ସ ଭିତ୍ତିକ ଅନ୍ତର୍ଜାତୀୟ ତୈଳ ଏବଂ ଗ୍ୟାସ କମ୍ପାନି ଟୋଟାଲ୍ ଭୁବନେଶ୍ୱର ବଜାରରେ ଏଲପିଜି ବିତରଣ ବାଣିଜ୍ୟ କ୍ଷେତ୍ରରେ ପ୍ରବେଶ କରିଛି । ଖୋର୍ଦ୍ଧା ଜିଲ୍ଲା ପାଇଁ କମ୍ପାନି ପକ୍ଷରୁ ଆବସୋଲ୍ୟୁଟ୍ ଟୋଟାଲ ଡିଷ୍ଟ୍ରିବ୍ୟୁଟର୍ସକୁ ଅଧିକୃତ ବିତରଣ ଭାବେ ନିଯୁକ୍ତ କରାଯାଇଛି । ଶୁକ୍ରବାର ଏହାର ଡିଷ୍ଟ୍ରିବ୍ୟୁଟର୍ସ କାର୍ଯ୍ୟାଳୟ ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟସେଂଟର ଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ଡିଷ୍ଟ୍ରିବ୍ୟୁଟର୍ସର ସହ ସ୍ୱତ୍ତାଧିକାରୀ ଉଦିତ୍ ରାଉତ କହିଛନ୍ତି ଲୋକଙ୍କୁ ତୈଳ ଏବଂ ବାଷ୍ପ ଯୋଗାଣ କ୍ଷେତ୍ରରେ ଟୋଟାଲ ହେଉଛି ବିଶ୍ୱର ଅନ୍ୟତମ ବୃହତ୍ତମ କମ୍ପାନି । ୧୩୦ ଦେଶରେ କମ୍ପାନି ଏହାର ପରିଚାଳନା ଜାରି ରଖିଥିବା ବେଳେ ଭୁବନେଶ୍ୱର ବଜାରରେ ମଧ୍ୟ ଦକ୍ଷ ଭାବେ ବେଷ୍ଟ ପ୍ରାକ୍ଟିସ ସେବା ଯୋଗାଣ କରିବ । ଏହା ପୂର୍ବରୁ ଓଡିଶାର ଗଞ୍ଜାମ,ଝାରସୁଗୁଡା ଓ ବାଲେଶ୍ୱରର ଡିଷ୍ଟ୍ରିବ୍ୟୁଟର୍ସ ସିପ୍ ଆରମ୍ଭ କରିସାରିଛି । ଉଭୟ ବାଣିଜ୍ୟିକ ଏବଂ ଘରୋଇ ବ୍ୟବହାର ଲାଗି ବିଭିନ୍ନ ବର୍ଗର ଏଲପିଜି ଯଥା ୧୨,୧୭ ଏବଂ ୩୩ କେଜିର ଅଫରିଂ ଗ୍ରାହକ ପାଇପାରିବେ । ସ୍ପଳ୍ପ ଡକ୍ୟୁମେଂଟରେ ଗ୍ରାହକମାନଙ୍କୁ ତ୍ୱରିତ ସେବା ଯୋଗାଇ ଦିଆଯିବ । ଏହା ସହ ଆକର୍ଷଣୀୟ ମୂଲ୍ୟ ସେବା ସହ ସୁଲଭ ମୂଲ୍ୟରେ ନୂଆ ଗ୍ୟାସ ସଂଯୋଗ ଏବଂ ଏକାଧିକ ସିଲିଣ୍ଡର ବିକଳ୍ପ ମଧ୍ୟରୁ ଗ୍ରାହକମାନେ ଚୟନ କରିବାର ସୁଯୋଗ ପାଇପାରିବେ । ପାରମ୍ପରିକ ଇନ୍ଧନ ପରିବର୍ତ୍ତେ ଯେଉଁ ଗ୍ରାହକ ଏଲପିଜି ବ୍ୟବହାରକୁ ଆପଣାଇବାକୁ ଚାହୁଁଥିବେ ସେଭଳି କ୍ଷେତ୍ରରେ ଲିକ୍ୟୁଡ୍ ଅଫ୍ ଟେକ(ଏଲଓଟି) ସୁବିଧା ଡିଷ୍ଟ୍ରିବ୍ୟୁଟର୍ସ ତରଫରୁ ଯୋଗାଇ ଦିଆଯିବ ବୋଲି ଶ୍ରୀ ରାଉତ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟିଓଆଇପିଏଲ୍ ପୂର୍ବ ଆଞ୍ଚଳିକ ବାଣିଜ୍ୟିକ ମୁଖ୍ୟ, ସହ ସ୍ୱତ୍ତାଧିକାରୀ ଅଭିଶେକ ଜୋଶୀ ଏବଂ ଅନ୍ୟ ଅତିଥି ଉପସ୍ଥିତ ଥିଲେ ।

loading...

Leave A Reply

Your email address will not be published.