Breaking

‘ସୁନ୍ଦରୀ’କୁ ଧରିବା ପାଇଁ ଗଠନ ହେଲା ଟିମ୍ : ଆଜି ରାତିରୁ ଆରମ୍ଭ ହେବ ଅପରେସନ୍

0

ଅନୁଗୁଳ:ସୁନ୍ଦରୀକୁ ଧରିବା ପାଇଁ ୪ଟି ଟିମ ଉଦ୍ୟମ ଆରମ୍ଭ କରିଛନ୍ତି। ମଧ୍ୟପ୍ରଦେଶର କାହ୍ନା ଜାତୀୟ ଉଦ୍ୟାନ, ଡବ୍ଲ୍ୟୁଆଇଆଇ, ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ସାତକୋଶିଆର ପ୍ରାଣୀ ବିଶେଷଜ୍ଞମାନେ ଏହି ଟିମରେ ସାମିଲ ଅଛନ୍ତି। ସୁନ୍ଦରୀ ଜନବସତି ପରିସରରେ ଚଲାବୁଲା କରୁଥିବା ବେଳେ ତାକୁ ଧରାଯାଇ ଘଞ୍ଚ ଜଙ୍ଗଲରେ ଛଡାଯିବ।ଆଜି ରାତିରୁ ଟିମ୍ ଗୁଡିକ ନିଜ କାର୍ଯ୍ୟ ଆରମ୍ଭ କରିବେ ।କିଛି ଦିନ ପୂର୍ବେ ସୁନ୍ଦରୀ ସାତକୋଶିଆ ଅଭୟାରଣ୍ୟ ଟିକରପଡ଼ା ପଞ୍ଚାୟତ ହାତୀବାରି ଗାଁ କିସନ ସାଏଙ୍କ ସ୍ତ୍ରୀ କୈଳାସୀ ସାଏଙ୍କୁ ଆକ୍ରମଣ କରିଥିଲା । ଏହା ପରେ ସେ ମୃତ୍ୟୁ ବରଣ କରିଥିଲେ । ଏହାକୁ ନେଇ ସ୍ଥାନୀୟ ଅଂଚଳବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ।

loading...

Leave A Reply

Your email address will not be published.