Breaking

୬ବର୍ଷର ବାଳକ: ୨ଘଣ୍ଟାରେ ୩ହଜାର ଥର ଦଣ୍ଡ ବୈଠକ କରି ଜିତିଲେ ବିଳାସମୟ ଘର

0

ମସ୍କୋ,୧୧।୭: ବ୍ୟାୟାମ କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ବୁଦ୍ଧି ଓ ମନ ଶାନ୍ତ ରହିଥାଏ। ପ୍ରତିଦିନ ଦଣ୍ଡ ବୈଠକ କରିବା ଦ୍ୱାରା ମାଂସପେଶୀ ଓ ଶରୀରରେ ଥିବା ସମସ୍ତ ଗଣ୍ଠି ମଜଭୁତ ହୋଇଥାଏ। କେବଳ ସେତିକି ନୁହେଁ, ଯଦି ଆପଣ ଏକାଥରକେ ୩ହଜାରରୁ ଊର୍ଦ୍ଧ୍ୱ ଦଣ୍ଡ ବୈଠକ କରନ୍ତି ତେବେ ଓ୍ବାଲର୍‌ଡ ରେକର୍ଡ କରିବା ସହ ଏକ ବିଳାସମୟ ପ୍ରାସାଦ ବା ଦାମିକିଆ ଗାଡ଼ି ମଧ୍ୟ ଜିତିପାରିବେ। ଆପଣ ଏହାକୁ ଥଟ୍ଟା ବୋଲି ଭାବୁଥିବେ, କିନ୍ତୁ କଥାଟି ସତ। କିଛି ଏଭଳି ଘଟଣା ଘଟିଛି ରୁଷର ନୋଭି ରେଦାନ୍ତରେ। ଉକ୍ତ ସହରରେ ରହୁଥିବା ୬ବର୍ଷର ବାଳକ ଇବ୍ରାହିମ୍‌ ଲ୍ୟାନୋଭ ୨ଘଣ୍ଟାରେ ଏକାଥରକେ ୩୨୭୦ ଥର ଦଣ୍ଡ ବୈଠକ କରି ନିଜ ପରିବାର ପାଇଁ ଏକ ବିଳାସମୟ କୋଠା ଜିତି ପାରିଛନ୍ତି। ସୂଚନାଯୋଗ୍ୟ, ଇବ୍ରାହିମ୍‌ ବହୁ ସମସ୍ୟାର ସାମ୍ନା କରି ଏକ ସ୍ଥାନୀୟ ସ୍ପୋଟର୍‌ସ କ୍ଲବ ଚିନ୍‌ଗିଞ୍ଜ୍‌ର ଧ୍ୟାନ ନିଜର ଫିଟ୍‌ନେସ୍‌ ଆଡ଼କୁ କେନ୍ଦ୍ରୀଭୂତ କରିଥିଲେ। ଏହାପରେ ତାଙ୍କର ଫିଟ୍‌ନେସ୍‌ରେ ପ୍ରଭାବିତ ହୋଇ ସ୍ପୋଟର୍‌ସ କ୍ଲବ ତାଙ୍କ ଘର ଲୋକଙ୍କ ପାଇଁ ଏକ ଆପାର୍ଟମେଣ୍ଟ ଉପହାର ଦେଇଥିଲେ। ଏଥିସହ ନିଜର ଏହି ବିସ୍ମୟକର କାର୍ଯ୍ୟ ପାଇଁ ଇବ୍ରାହିମ୍‌ ରୁଷିଆନ ବୁକ୍‌ ଅଫ୍‌ ରେକଡର୍‌ସରେ ନାଁ ଲେଖାଇଛନ୍ତି। ଇବ୍ରାହିମ ଓ ତାଙ୍କ ପିତା କ୍ଲବର ରେଗୁଲାର ମେମ୍ବର ରହିଥିବା ବେଳେ ତାଙ୍କୁ ଦଣ୍ଡ ବୈଠକ ଜିତିବା ପାଇଁ ପ୍ରତିଦିନ ଟ୍ରେନିଂ ଦିଆଯାଉଛି। ସୂଚନା ମୁତାବକ, ୨୦୧୮ରେ ମଧ୍ୟ ଜଣେ ୫ବର୍ଷର ବାଳକ ଏକାଥରକେ ୪୧୫୦ ଦଣ୍ଡ ବୈଠକ କରି ଏକ ମର୍ସିଡିଜ୍‌ ଉପହାର ହାତେଇଥିଲେ।

loading...

Leave A Reply

Your email address will not be published.