Breaking

ସୁଧୁରୁ ନାହାନ୍ତି ସରକାରୀ ବାବୁ

ଭିଜିଲାନ୍ସ ଜାଲରେ ବାଲିଗୁଡା ପୂର୍ତ୍ତ ବିଭାଗର ବାବୁ : ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଆକାଉଣ୍ଟାଟ ବିନୀତ ଶ୍ରୀବାସ୍ତବ ଗିରଫ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଭିଜିଲାନ୍ସ ପଞ୍ଜାରେ ପୂର୍ତ ବିଭାଗର ଆକାଉଣ୍ଟାଟ ବିନୀତ ଶ୍ରୀବାସ୍ତବ । ୫ ହଜାର ଟଙ୍କା ଲାଂଚ ନେଉ ଥିବା ବେଳେ ବ୍ରହ୍ମପୁର ଓ ଫୁଲବାଣୀ ଭିଜିଲାନ୍ସ ବାଲିଗୁଡା ପୂର୍ତ୍ତ ବିିଭାଗର ଆକାଉଣ୍ଟାଟ ବିନୀତ ଶ୍ରୀବାସ୍ତବଙ୍କୁ ଗିରଫ କରିଛି । ବାଲିଗୁଡାର ଠିକାଦାର ପ୍ରଦୀପ ନାୟକଙ୍କ ଠାରୁ କ୍ୱାଲିଟି ଆଣ୍ଡ କଂଟ୍ରୋଲ ସାର୍ଟିଫିକେଟ ପାଇଁ ୫ ହଜାର ଟଙ୍କା ଲାଂଚ ନେଉଥିଲେ ବିନୀତଙ୍କୁ ଗିରଫ କରାଯାଇଛି।। ତାଙ୍କର କାର୍ଯ୍ୟାଳୟ ସହ ସରକାରୀ ଘର ଉପରେ ମଧ୍ୟ ଭିଜିଲାନ୍ସ ଚଢାଉ କରିଥିବା ସୂଚନା ହସ୍ତଗତ ହୋଇଛିା ୨୦୧୭-୧୮ ବର୍ଷରେ ଠିକାଦାର ଦେଢକୋଟି ଟଙ୍କାର ଏକ କ୍ୱାଟର ନିର୍ମାଣ କରିଥିବା ବେଳେ ଏହାର କ୍ୱାଲିଟି ଆଣ୍ଡ କଂଟ୍ରୋଲ ସାର୍ଟିଫିକେଟ ଦେବାକୁ ଲାଞ୍ଚ ମାଗିଥିଲେ । ପ୍ରଦୀପ ଭିଜିଲାନ୍ସକୁ ଏ ନେଇ ସୂଚନା ପ୍ରଦାନ କରିଥିବାବେଳେ ଆଜି ଭିଜିଲାନ୍ସର ଏକ ସ୍ବତନ୍ତ୍ର ଟିମ୍ ତାଙ୍କୁ ଗିରଫ କରିଛି।

loading...

Leave A Reply

Your email address will not be published.