Breaking

ସାବଧାନ ଭୂବନେଶ୍ବର

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ :

ଗାଡି ଉପରେ ନଜର ରଖିବ ଡ୍ରୋନ କ୍ୟାମେରା । ତେବେ ଟ୍ରାଫିକ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସ ନେଇଛି ବଡ ପଦକ୍ଷେପ । ଯେଉଁଥିରେ ଭୁବନେଶ୍ୱରରେ ରବୀନ୍ଦ୍ର ମଣ୍ଡପରୁ ଏୟାରପୋର୍ଟ ଛକ ଯାଏଁ ‘ନୋ ଓଭରଟେକିଂ’ ଜୋନ ଭାବେ ଘୋଷଣା କରାଯାଇଛି । ଏଥିସହିତ ହିଁ ନିୟମ ଭାଙ୍ଗିଲେ ଖିଲାପକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ରୋକ୍ ଠୋକ୍ ଶୁଣାଇ ଦିଆଯାଇଛି ।ଦାୟିତ୍ୱହୀନ ଡ୍ରାଇଭରଙ୍କ ଉପରେ ନଜର ରଖିବ ଡ୍ରୋନ କ୍ୟାମେରା । ରବୀନ୍ଦ୍ର ମଣ୍ଡପରୁ ଏୟାରପୋର୍ଟ ଯାଏଁ ଅଂଚଳକୁ ଭୁବନେଶ୍ୱରର ‘ପୋସ୍ ଅଂଚଳ’ ବୋଲି କୁହାଯାଏ । ଏହି ଅଂଚଳରେ ଲୋକସବା ଭବନଠାରୁ ଆରମ୍ଭ କରି ବିଧାନସଭା, କ୍ୟାପିଟାଲ ହସପିଟାଲ ଓ ଅନ୍ୟାନ୍ୟ ପ୍ରମୁଖ ଅଫିସ ରହିଛି । ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ଭିଆଇପି ଯାତାୟତ କରିଥାନ୍ତି । ଅଧିକ ଗାଡି ମଧ୍ୟ ଏହି ରାସ୍ତା ଦେଇ ଚାଲିଥାଏ । ତେଣୁ ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ରବୀନ୍ଦ୍ରମଣ୍ଡପରୁ ଏୟାରପୋର୍ଟ ଯାଏଁ ରାସ୍ତାକୁ ‘ନୋ ଓଭରଟେକିଂ’ ଜୋନ ଘୋଷଣା କରିଛି ।

loading...

Leave A Reply

Your email address will not be published.