Breaking

ସଜେଇ ହେବ ସିଲଭର୍ ସିଟି

ତିଆରି ହେବ ଏସସିବିର ଦ୍ୱିତୀୟ କ୍ୟାମ୍ପସ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ବଦଳିବ କଟକର ଚେହେରା। କଟକରେ ହେବ ନୂଆ ସିଡିଏ । ବାଲିଯାତ୍ରା ଯୋବ୍ରା ମହାନଦୀ ପଠା ମଧ୍ୟରେ ୪୦୦ ଏକର ନୂଆ ଜାଗା ଜାଗାରେ ଏସସିବିର ଦ୍ୱିତୀୟ କ୍ୟାମ୍ପସ ନିର୍ମାଣ କରାଯିବ । କିଛି ସରକାରୀ ଅଫିସ୍ ଓ ବାସ ଉପଯୋଗି ଜମି ମଧ୍ୟ ବାହାରିବା ସହ ନୂଆ ଜାଗାରେ ସ୍ପୋଟର୍ସ କମ୍ଫେକ୍ସ ଓ ୱାଟର ସ୍ପୋଟର୍ସ କମ୍ଫେକ୍ସ ମଧ୍ୟ ରହିବ ବୋଲି ମନ୍ତ୍ରୀ କହିଛନ୍ତି । କଟକରେ ନୂଆ ସିଡ଼ିଏ ହେବାପରେ ରୋଗୀ ସେବା ଉନ୍ନତ ହେବ। ନୂଆ ସିଡ଼ିଏ ତିଆରି ହେବାପରେ କଟକର ଟ୍ରାଫିକ୍ ସମସ୍ୟାର ସମାଧାନ ହୋଇପାରେ ବୋଲି ଆଶା କରାଯାଉଛି।ତେବେ ନୂଆ ସିଡ଼ିଏରେ ଏସିସିବିର ଦ୍ୱିତୀୟ କ୍ୟାମ୍ପସ ହେଲେ ସହରରେ ଭିଡ଼ କମ୍ ହେବା ସହ ଦୂରଦୁରାନ୍ତରରୁ ଆସୁଥିବା ରୋଗୀ ଉପକୃତ ହୋଇପାରିବା ସହ କଟକ ସହରର ପର୍ଯ୍ୟଟନ କ୍ଷେତ୍ରରେ ଉନ୍ନତି ଆସିପାରିବ ବୋଲି ଆଶା କରାଯାଉଛି।

loading...

Leave A Reply

Your email address will not be published.