Breaking

ମିଛ ଚର୍ଚ୍ଚାକୁ ନେଇ ଅସନ୍ତୋଷ ଜାହିର କଲେ ଦିୟା: ସ୍ୱାମୀଙ୍କ ଠାରୁ ଅଲଗା ହେବାର କାରଣ କୌଣସି ମହିଳା ନୁହନ୍ତି

0

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଦିୟା ମିର୍ଜାଙ୍କ ଛାଡ଼ପତ୍ର ଖବର ସମସ୍ତଙ୍କୁ ଚମକାଇ ଦେଇଥିଲା । ସେ କରିଥିବା ଟୁଇଟ୍‌କୁ ନେଇ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହେବା ସହ ଟୁଇଟ୍‌ କରି ନିଜର ୧୧ବର୍ଷ ବିବାହକୁ ଭାଙ୍ଗିବାକୁ ଯାଉଥିବା ଜଣାଇଥିଲେ ଦିୟା । ଉଭୟ ଦିୟା ଓ ତାଙ୍କ ସ୍ୱାମୀ ସାହିଲ ସାଙ୍ଘା ପରସ୍ପର ସହ ଆଲୋଚନା କରି ଏଭଳି ନିଷ୍ପତ୍ତି ନେଇଥିବା ଲେଖିଥିଲେ ଦିୟା ।

ତେବେ ଦିୟାଙ୍କ ସ୍ପଷ୍ଟିକରଣ ପରେ ଛାଡ଼ପତ୍ର ପଛରେ କୌଣସି ମହିଳାଙ୍କ ହାତ ରହିଛି ବୋଲି ଚର୍ଚ୍ଚା ଜୋର ଧରିଥିଲା । ଯାହାକୁ ନେଇ ଏବେ ଅସନ୍ତୋଷ ଜାହିର କରିଛନ୍ତି ଦିୟା । ସୂଚନା ମୁତାବକ, ଗତକାଲି ଦିୟା-ସାହିଲଙ୍କ ସହ ‘ଜଜ୍‌ମେଣ୍ଟାଲ ହେ କ୍ୟା’ର ଲେଖିକା କନିକା-ନିର୍ଦ୍ଦେଶକ ପ୍ରକାଶ ମଧ୍ୟ ପରସ୍ପରଠାରୁ ଅଲଗା ହୋଇଥିଲେ । ଯାହା ପରେ ସାହିଲଙ୍କର କନିକାଙ୍କ ସହ ସଂପର୍କ ରହିଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା ।

ଯାହାକୁ ଦେଖି, “ଏଭଳି ମିଛ ଖବର ପ୍ରସାର କରନ୍ତୁ ନାହିଁ । ମୋର ଏବଂ ସାହିଲଙ୍କ ଛାଡ଼ପତ୍ର କୌଣସି ତୃତୀୟ ମହିଳାଙ୍କ ପାଇଁ ହୋଇ ନାହିଁ । ବିନା କୌଣସି ପ୍ରମାଣରେ କାହା ଉପରେ ଦୋଷ ଲଦନ୍ତୁ ନାହିଁ । ମୁଁ ଏହାକୁ ତୀବ୍ର ନିନ୍ଦା କରୁଛି । ମୁଁ ମିଡିଆକୁ ଅନୁରୋଧ କରିଥିଲି କି ସେ ଆମର ଏକାନ୍ତ ବ୍ୟକ୍ତିଗତ ପ୍ରସଙ୍ଗକୁ ସମ୍ମାନ ଦେବେ । ଆଶା କରୁଛି ସେମାନେ ମୋ କଥା ରଖିବେ” ବୋଲି କହିଛନ୍ତି ଦିୟା ।

loading...

Leave A Reply

Your email address will not be published.