Breaking

ବାରମ୍ବାର ମୁହଁ ଧୋଉଥିଲେ ସାବଧାନ, ଏହା କ୍ଷତିକାରକ ହୋଇପାରେ!

0

ମୁହଁ ଧୋଇଲେ ଭଲ ହୋଇଥାଏ । କାରଣ ଆମେ ମୁହଁ ଧୋଇବା ଦ୍ୱାରା ଆମ ତ୍ୱଚା ଗ୍ଲୋ କରିଥାଏ । ଏହା ଦ୍ୱାରା ମୁହଁରେ ଥିବା ସବୁ ମଇଳା ଓ ତେଲିଆପଣ ପାଣି କାଢ଼ି ଦେଇଥାଏ । କିନ୍ତୁ ବାରମ୍ବାର ମୁହଁ ଧୋଇଲେ ଏହା ତ୍ୱଚାକୁ ଡ୍ରାଏ କରିଦେଇଥାଏ । ଆପଣଙ୍କ ତ୍ୱଚା ବୟସ୍କ ଭଳି ଲାଗିଥାଏ । ତ୍ୱଚା ଡ୍ରାଏ ହୋଇଗଲେ ବୁଢ଼ା ଓ ବୁଢ଼ୀ ଦେଖାଯାଇଥାନ୍ତି ।
ଯଦି ଆପଣଙ୍କ ମୁହଁ ତେଲିଆ ହୋଇଥାଏ ତେବେ ଆପଣ ଦିନକୁ ଦୁଇଥର ମୁହଁ ଧୋଇପାରିବେ । ଯଦି ଆପଣଙ୍କ ମୁହଁ ଡ୍ରାଏ ହୋଇଥାଏ ତେବେ ଆପଣ ଥରେ ମାତ୍ର ମୁହଁ ଧୁଅନ୍ତୁ ନଚେତ ଆପଣଙ୍କ ତ୍ୱଚା ଅଧିକ ଡ୍ରାଏ ହୋଇଯିବ । ଫେସ ୱାସ ବ୍ୟବହାର କରୁଥିଲେ ତାହା ମୁହଁରେ ଲଗାଇ ୨ମିନିଟ ଛାଡ଼ନ୍ତୁ ଏବଂ ପରେ ମୁହଁ ଧୁଅନ୍ତୁ । ଫେସକ୍ରିମ ବ୍ୟବହାର କରୁଥିଲେ ଆପଣଙ୍କ ସ୍କିନ ଟାଇପ ଜାଣି କ୍ରିମ ବ୍ୟବହାର କରନ୍ତୁ । ତେଲିଆ ତ୍ୱଚା ହୋଇଥିଲେ ହାଲକା ଗରମ ପାଣିରେ ମୁହଁ ଧୁଅନ୍ତୁ । ପାଣିରେ ବାରମ୍ବାର ମୁହଁ ଧୋଇବା ଦ୍ୱାରା ଡ୍ରାଏ ହେବା ସାଙ୍ଗକୁ ଆପଣଙ୍କ ସୁନ୍ଦରତାକୁ କମାଇ ଦେଇଥାଏ ।

loading...

Leave A Reply

Your email address will not be published.