Breaking

ବଳକା ଭାତରୁ ତିଆରି କରନ୍ତୁ ଏହି ସୁନ୍ଦର ରେସିପି

0

ସାଧାରଣତଃ ବଳକା ଭାତ ରହିଗଲେ ଆମେ ତାକୁ ଫିଙ୍ଗି ଦେଇଥାଉ । ଆଉ ଅନେକ ବାସି ଭାତ କହି ମଧ୍ୟ ଖାଇନଥାନ୍ତି । ମାତ୍ର ଆଜି ଆମେ ଆପଣଙ୍କୁ ଏହି ବଳକା ଭାତରେ ଏକ ସୁନ୍ଦର ରେସିପି ପ୍ରସ୍ତୁତ କରିବା ଶିଖାଇବୁ । ତେବେ ଆସନ୍ତୁ ଜାଣିବା ବଳକା ଭାତରୁ ଆପଣ କିପରି ପ୍ରସ୍ତୁତ କରିବେ ଏହି ସୁନ୍ଦର ଓ ନୂଆ ରେସିପି ?
ପ୍ରଥମେ ବଳକା ଭାତରେ ପାଣି ନ ମିଶାଇ ଗ୍ରାଇଣ୍ଡିଂ କରିଦିଅନ୍ତୁ । ପରେ ଏକ ପାତ୍ରକୁ କାଢି ସେଥିରେ ଗାଜର, ଅଦାରସୁଣ ପେଷ୍ଟ, କିଛି ଗ୍ରିନ ମଟର, କିଛି କଟା ବନ୍ଧା କୋବି, କ୍ୟାପସିକମ, ପିଆଜ, କଞ୍ଚା ଲଙ୍କା, ହଳଦୀ, ଲଙ୍କା ଗୁଣ୍ଡ, ଗରମ ମସଲା, କିଛି କର୍ଣ୍ଣଫ୍ଲୋର, ମଇଦା ଓ ସ୍ୱାଦ ଅନୁସାରେ ଲୁଣ ମିଶାଇ ଚକଟି ଦିଅନ୍ତୁ । ପରେ ଏହାକୁ ଛୋଟ ଛୋଟ ବଲ୍ସ ଆକାରର କରି ତେଲରେ ଛାଣନ୍ତୁ । ଏହା ପରେ ଏକ ଟିସ୍ୟୁ ପେପର ଉପରେ ରଖି ଏକ ପାତ୍ରକୁ ବଲ୍ସ ସବୁ କାଢି ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଯିବ ବଳକା ଭାତରେ ତିଆରି ବରା । ଯାହାକୁ ଆପଣ ପୋଦିନା ଚଟଣୀ ସହ ମଧ୍ୟ ଖାଇପାରିବେ ।

loading...

Leave A Reply

Your email address will not be published.