Breaking

ନିସ୍ତାର ନାହି

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

କଣ୍ଟ ସରିଲାପରେ, ଆଜି ଠାରୁ ପୁଣି ଥରେ ଆରମ୍ଭ ହୋଇଯାଇଛି ଜୋରଦାର ଧରପଗଡ । ନୂଆ ମୋଟରଯାନ ଆଇନ୍କୁ ନେଇ ସରକାର ଦେଇଥିବା ୬ ମାସର କଂଟ ପୂରିବା ପରେ ପୂର୍ବ ନିଷ୍ପତି ଅନୁଯାୟୀ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବା ଗାଡି ଚାଳକଙ୍କ ବିରୋଧରେ ଆଜିଠାରୁ ପୁଣି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ଟ୍ରାଫିକ୍ ପୋଲିସ୍ । ରାଜ୍ୟର ପ୍ରମୁଖ ଜିଲ୍ଲାମାନଙ୍କରେ ଆରମ୍ଭ ହୋଇଯାଇଛି ଚେକିଂ । ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ବାଲେଶ୍ୱର ସମେତ ଅନ୍ୟ ଜିଲ୍ଲାମାନଙ୍କର ମୁଖ୍ୟ ଛକମାନଙ୍କରେ ଜୋରଦାର ଚାଲିଛି ଚେକିଂ ।ବିଶେଷ କରି ଭୁବନେଶ୍ୱରର ମୁଖ୍ୟଛକମାନଙ୍କରେ ଚାଲିଛି କଡା ଚେକିଂ । ହେଲମେଟ ପିନ୍ଧିନଥିବା କିମ୍ବା ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିଥିବା ବ୍ୟକ୍ତିମାନଙ୍କ ଠାରୁ ମୋଟା ଅଙ୍କର ଫାଇନ ଆଦାୟ କରାଯାଉଛି । ମିଳିଥିବା ସୂଚନା ଅନୁସାରେ କେବଳ ଇନଫୋସିଟି ଅଂଚଳରେ ୧ଲକ୍ଷ ୧୭ ହଜାର ଟଙ୍କାର ଫାଇନ ଆଦାୟ ହୋଇଛି । ବାକି ସବୁ ଅଂଚଳରେ ମଧ୍ୟ ଚେକିଂ ଚାଲିଛି । ତେବେ ଆଜିଠାରୁ ନିୟମକୁ କଡାକଡି ପାଳନ କରାଯାଉଥିବାରୁ କେତେକ ଲୋକ ସଚେତନ ହୋଇଥିବା ଦେଖିବାକୁ ମିଳୁଛି । ତେବେ ଆଉ କିଛି ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରୁଥିବା ମଧ୍ୟ ନଜରକୁ ଆସିଛି ।

loading...

Leave A Reply

Your email address will not be published.