Breaking

ତ୍ୱଚାକୁ ଉଜ୍ୱଳ କରେ ହଳଦୀ ଓ ବେସନ

0

ତରୁଣୀମାନେ ସବୁବେେଳେ ନିଜ ତ୍ୱଚାକୁ ସୁନ୍ଦର ଦିଶିବା ଓ ଗୋରା ଦେଖାଯିବା ପାଇଁ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ଫେୟାର କ୍ରିମ ବ୍ୟବହାର କରିଥାନ୍ତି । କିନ୍ତୁ ଏହା ପାଶ୍ୱର୍ପ୍ରତିକ୍ରିୟାର ଭୟ ଥାଏ । ଆଜି କିନ୍ତୁ ଘରେ ଥିବା ସାମଗ୍ରୀରେ କିପରି ଆମେ ତ୍ୱଚାକୁ ସୁନ୍ଦର ଓ ଗୋରା କରି ପାରିବା ଆସନ୍ତୁ ଜାଣିବା
ହଳଦୀ ଓ ବେସନ: ହଳଦୀ ଓ ବେସନ ସମସ୍ତିଙ୍କ ରୋଷେଇ ଘରେ ହାତ ପାହାନ୍ତାରେ ମିଳିଯାଇପାରିବ । ହଳଦୀ ଓ ବେସନକୁ ମିଶ୍ରଣ କରି ସେଥିରେ କିଛି ଗୋଲାପ ଜଳ ମିଶ୍ରଣ କରନ୍ତୁ । ତାକୁ ଭଲଭାବେ ଗୋଳାଇ ଏକ ପେଷ୍ଟ ବନାନ୍ତୁ ।ଏହା ପରେ ତାକୁ ମୁହଁରେ ଲଗାନ୍ତୁ । ମୁହଁରେ ଲଗାଇବା ପରେ ଏହାକୁ ଶୁଖିଯିବା ପାଇଁ ୧୫ରୁ ୨୦ ମିନିଟ ପର୍ଯ୍ୟନ୍ତ ଛାଡ଼ିଦିଅନ୍ତୁ । ଶୁଖିଗଲା ପରେ ଥଣ୍ଡା ପାଣିରେ ମୁହଁ ଧୁଅନ୍ତୁ । ଏହା ସପ୍ତାହକୁ ୨ରୁ୩ଥର କରନ୍ତୁ । ଦେଖିବେ ଆପଣଙ୍କ ତ୍ୱଚା ଗୋରା ହେବା ସହ ବ୍ରଣମୁକ୍ତ, ସୁନ୍ଦର ଏବଂ ତେଲିଆ ପଣରୁ ମୁକ୍ତି ପାଇବେ । ଆପଣଙ୍କ କେଶରେ ଯଦି ବେଶି ରୂପି ହେଉଥାଏ ତେବେ ହଳଦୀ ଲଗାନ୍ତୁ ଏହା ନାଚୁରାଲ କଣ୍ଡିସନିଂ ଭାବେ କମ କରିବ ଏବଂ ଚୁଟି ଝଡ଼ାଇବା ମଧ୍ୟ କମ କରିବାରେ ସାହାଯ୍ୟ କରିଥାଏ ହଳଦୀ ।

loading...

Leave A Reply

Your email address will not be published.