Breaking

ଟିକ୍ ଟକ୍ ନେଲା ଜୀବନ

0

ନୂଆଦିଲ୍ଲୀ,୨୬ ।୭: ଟିକ୍ ଟକ୍ ଭିଡିଓ ବନେଇବା ପାଇଁ ଲୋକମାନେ କିଛି ବି କରିବାକୁ ପଛାଉନାହାନ୍ତି । ତେଣିକି ନିଜ ଜୀବନ ଚାଲିଗଲେ ବି, ସେମାନଙ୍କର ଭିଡିଓ ନିଶା ଛାଡୁନି । ଏମିତି ଟିକ୍ ଟକରେ ଏକ ଷ୍ଟଣ୍ଡ ଦେଉଥିବା ନଦୀ ସ୍ରୋତରେ ଭାସି ଯାଇ ଜଣେ ଯୁବକର ମୃତ୍ୟୁ ହୋଇଛି । ଖବର ୩ ଦିନ ପୂର୍ବର ହୋଇଥିଲେ ମଧ୍ୟ ଯୁବକର ଶବ ଗତକାଲି ଉଦ୍ଧାର ହୋଇଛି । ଷ୍ଟଣ୍ଡ କରିଥିବା ଯୁବକର ଭିଡିଓ ଏବେ ସାମ୍ନାକୁ ଆସିଛି । ତେବେ ଏହି ଘଟଣାଟି ବିହାରର ଦରଭଙ୍ଗା ଜିଲ୍ଲାରେ ହୋଇଛି ବୋଲି ଜଣାପଡିଛି ।

ଉଲ୍ଲେଖଯୋଗ୍ୟ ଯେ, କାସିମ, ଅଫଜଲ ଓ ସିତାରେ ନାମକ ୩ ସାଙ୍ଗ ନଦୀରେ ଆସିଥିବା ବଦଳ ପାଣି ଦେଖିବାକୁ ଯାଇଥିଲେ । ଏହା ପରେ ୩ ସାଙ୍ଗ ପାଣିରେ ଖତରନାକ ଷ୍ଟଣ୍ଡ କରି ଟିକ୍ ଟିକ୍ ଭିଡିଓ ବନେଇବାରେ ଲାଗିଲେ ।

ତେବେ ଷ୍ଟଣ୍ଡ କରୁଥିବା ବେଳେ ଅଫଜଲ ନାମକ ଯୁବକ ଜଣକ ପାଣିର ସ୍ରୋତରେ ବୁଡି ଯିବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପ୍ରାୟ ୩ ଦିନ ପରେ ଏଡିଆରଏଫ୍ ଟିମ ବହୁ ଖୋଜାଖୋଜି କରି ମୃତଦେହକୁ ଜବତ କରିଛନ୍ତି ।

loading...

Leave A Reply

Your email address will not be published.