Breaking

ଜାଣନ୍ତୁ ଆଜିର ରାଶିଫଳ

0

ମେଷ: ପରିବାର ଲୋକଙ୍କ ସହିତ ଅଧିକ ସମୟ ବିତେଇବେ। ରାଜନୀତିରେ ଭଲ ଛବି ଗଢ଼ଣ ହେବ। ଆପଣ ଅନ୍ୟମାନଙ୍କ ସମସ୍ୟାରେ ବିଚଳିତ ହୋଇପାରନ୍ତି। ଅଧୢାପକଙ୍କ ଲାଗି ଧନଲାଭର ନୂଆ ରାସ୍ତା ଖୋଲିବ। ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲିଙ୍ଗରାଜ।

ବୃଷ: ଖୋଦ୍‌କୁ ଊର୍ଜାବାନ ଅନୁଭବ କରିବେ। ଲୋକମାନଙ୍କ ଧୢାନ ଆକର୍ଷିତ କରିବାରେ ସଫଳ ହେବେ। ଅଫିସରେ ଗୁରୁତ୍ବପୂର୍ଣ୍ଣ ଫଇସଲା ନେଇପାରନ୍ତି। ବ୍ୟବସାୟକୁ ନେଇ ଭଲ ସଉଦା ହେବାର ସମ୍ଭାବନା। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମହାଲକ୍ଷ୍ମୀ।

ମିଥୁନ: ସକାରାତ୍ମକ ତରଙ୍ଗରେ ପୂର୍ଣ୍ଣ ରହିବେ। ସାମାଜିକ ସମାରୋହରେ ସହଭାଗିତା କରିବାର ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ସକ୍ଷମ ରହିବେ। ବ୍ୟବସାୟରେ ଯିବାକୁ ଥିବା ଯାତ୍ରା ସାର୍ଥକ ରହିବ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଦୁର୍ଗା।

କର୍କଟ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ଆପଣ ଭାବିଥିବା କାମ ପୂରା ହେବ। ସମାଜରେ ପ୍ରଭାବ ବଢ଼ିବ। ବ୍ୟବସାୟରେ ଧନଲାଭ ହେବ। ପରିବାର ଲୋକଙ୍କ ସହିତ ଆନନ୍ଦର ମୁହୂର୍ତ୍ତ ବିତେଇବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

ସି˚ହ: ଦିନଟି ମିଶ୍ରିତ ପ୍ରତିକ୍ରିୟା ଦେବ। କାର୍ଯ୍ୟକ୍ଷେତ୍ରରେ ଟିକେ ସାବଧାନ ରହିବା ଦରକାର। ନୂଆ ବ୍ୟବସାୟରେ ବାପା ଓ ଭାଇଙ୍କ ସହଯୋଗ ମିଳିବ। ଘର କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

କନ୍ୟା: ନକାରାତ୍ମକ ଚିନ୍ତା ମନରୁ ବାହାର କରି ଦିଅନ୍ତୁ। ବିଶେଷ କାମରେ ମିତ୍ରଙ୍କ ଠାରୁ ବଢ଼ିଆ ପରାମର୍ଶ ପାଇବେ। ବେପାରରେ ଅଚାନକ ଧନଲାଭର ଅବସର ମିଳିବ। ଜୀବନସାଥୀଙ୍କ ଠାରୁ ଉପହାରରେ କୌଣସି ଉପଯୋଗୀ ବସ୍ତୁ ପାଇବେ। ଶୁଭରଙ୍ଗ: ବାଦାମୀ। ଆରାଧନା: ମହାଲକ୍ଷ୍ମୀ।

ତୁଳା: ଅନ୍ୟ ଲୋକମାନଙ୍କ ପ୍ରତି ଆପଣଙ୍କ ଦୃଷ୍ଟିକୋଣ ସକାରାତ୍ମକ ରହିବ। କାରବାରରେ ଲାଭର ସୁଯୋଗ ମିଳିବ। ଅଫିସରେ ସମସ୍ତଙ୍କ ସହଯୋଗ ପାଇବେ। ଇ˚ଜିନିଅରଙ୍କ ଲାଗି ପଦୋନ୍ନତିର ଅବସର ଆସିବ। ଶୁଭରଙ୍ଗ: ସବୁଜ। ଆରାଧନା: ବାବା ଆଖଣ୍ତଳମଣି।

ବିଛା: ଦିନଟି ମହତ୍ତ୍ବପୂର୍ଣ୍ଣ କାମ ଲାଗି ଶୁଭ। କୌଣସି ଜରୁରୀ କାମରେ ବନ୍ଧୁଙ୍କର ସାହାଯ୍ୟ ପାଇବେ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ଘରେ ଭୋଜିର ଆୟୋଜନ କରିପାରନ୍ତି। ଦାଂପତ୍ୟ ସମ୍ବନ୍ଧରେ ମଧୁରତା ଭରପୂର ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।

ଧନୁ: ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବାର ସମ୍ଭାବନା। କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମ କରିବେ। କିଛି ଲୋକ ଆପଣଙ୍କୁ ସାହାଯ୍ୟ କରିବାରେ ପଛଘୁଞ୍ଚା ଦେଇପାରନ୍ତି। କୋର୍ଟ କଚେରି ମାମଲାରେ ବ୍ୟସ୍ତତା ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

ମକର: ଦିନଟି ଆପଣଙ୍କ ଲାଗି ସହଜ ହେବ। ବ୍ୟବସାୟ ଓ ଚାକିରିରେ ପୁରୁଣା ବିବାଦ ସମାପ୍ତ ହୋଇଯିବ। ଆପଣଙ୍କୁ କୌଣସି ବଡ଼ ଫାଇଦା ହେବାର ସମ୍ଭାବନା ରହିଛି। ବିବାହିତଙ୍କ ଲାଗି ଦିନଟି ଆନନ୍ଦମୟ ରହିବ। ଶୁଭରଙ୍ଗ: କଫି। ଆରାଧନା: ଶ୍ରୀଗଣେଶ।

କୁମ୍ଭ: ପ୍ରଭାବଶାଳୀ ଲୋକଙ୍କ ସହଯୋଗ ଆପଣଙ୍କ ଉତ୍ସାହକୁ ଦିଗୁଣା କରିବ। ପ୍ରସାଧନ ଦୋକାନୀଙ୍କର ବିକ୍ରି ବଢ଼ିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ପ୍ରିୟ ବନ୍ଧୁଙ୍କ ସହିତ ଦିନଟି ବଢ଼ିଆ ବିତିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଜାଈ।

ମୀନ: ପୂରା ଦିନ ଆପଣ ସୁସ୍ଥ ଓ ସତେଜ ଅନୁଭବ କରିବେ। କୌଣସି ଦିଗରୁ ଆଶାଠୁଁ ଅଧିକ ଧନଲାଭ ହେବ। ଆପଣ ବଡ଼ ବ୍ୟବସାୟ ଗ୍ରୁପରେ ଭାଗୀଦାରି ହେବେ। ସନ୍ଧ୍ୟାରେ ଆପଣଙ୍କ ଘରେ ସମାରୋହର ଆୟୋଜନ କରିବେ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ମାଆ ସମଲେଶ୍ବରୀ।

loading...

Leave A Reply

Your email address will not be published.