Breaking

ଏକଦା ନିଜ ଗୋଡ଼କୁ କାଟିବାକୁ ବାଧ୍ୟ ହୋଇଥିଲେ ଏହି ଯୁବତୀ, ଏବେ ଲୋକପ୍ରିୟ ନୃତ୍ୟଶିଳ୍ପୀ..

0

ଭିକ୍ଟୋରିଆ ମୋଡେଷ୍ଟା। ପେସାରେ ଜଣେ ଗାୟିକା ଏବଂ ନୃତ୍ୟଶିଳ୍ପୀ। ନିକଟରେ ପ୍ୟାରିସ୍‌ରେ ହୋଇଥିବା କ୍ରେଜି ହୋର୍ସ ଉତ୍ସବରେ ତାଙ୍କର ଅଦ୍ଭୁତ ପ୍ରଦର୍ଶନକୁ ନେଇ ସେ ଏବେ ଚର୍ଚ୍ଚାରେ। ନିଜର ଗାଇବା ଶୈଳୀକୁ ନେଇ ସେ ଯେତିକି ଲୋକପ୍ରିୟ ତା’ ଠାରୁ ଅଧିକ ନିଜର ଜୀବନ କାହାଣୀକୁ ନେଇ। ୩୧ ବର୍ଷୀୟା ଏହି ଗାୟିକାଙ୍କ ସଫଳତା ପଛର କାହାଣୀ ସଂଘର୍ଷମୟ। ସେ ଶିଶୁ ଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ଏଥିଯୋଗୁ ତାଙ୍କ ବାମଗୋଡ଼ ଯନ୍ତ୍ରଣା ଦେବା ସହ ସେ ଭଲଭାବେ ଚାଲିପାରୁ ନ ଥିଲେ। ୧୨ ବର୍ଷ ବୟସରେ ସେ ଲଣ୍ଡନ ଆସିଥିଲେ। ଦିନକୁ ଦିନ ଗୋଡ଼ର ଯନ୍ତ୍ରଣା କମିବା ପରିବର୍ତ୍ତେ ବଢ଼ିବା ଯୋଗୁ ସେ ଗୋଡ଼ଟିକୁ କାଟିବାକୁ ନିଷ୍ପତ୍ତି ନେଇଥିଲେ। ୫ ବର୍ଷ ଧରି ଡାକ୍ତରଙ୍କୁ ମନାଇବାକୁ ଚେଷ୍ଟା କରିବା ପରେ ଶେଷରେ ସେ ଗୋଡ଼ଟିକୁ କାଟିଥିଲେ।
ଜୀବନର ଏଭଳି ସୋପାନକୁ ଅତିକ୍ରମ କରିବା ପରେ ଭିକ୍ଟୋରିଆ ଭାଙ୍ଗି ନ ପଡ଼ି ନିଜ ସ୍ବପ୍ନ ପୂରଣ କରିବାକୁ ଚାହିଁଥିଲେ। ଭିନ୍ନ ଭିନ୍ନ ରଙ୍ଗର କୃତ୍ରିମ ଗୋଡ଼ ସହାୟତାରେ ସେ ଚାଲିବା, ବୁଲିବା ତଥା ନୃତ୍ୟ ପ୍ରଦର୍ଶନ କରିବାକୁ ଚେଷ୍ଟା କରିଥିଲେ। ଏପରିକି ସେ ସଫଳ ହୋଇଛନ୍ତି ମଧ୍ୟ। ଏବେ ସେ ଆମେରିକାରେ ରହୁଥିବା ବେଳେ ସଙ୍ଗୀତ ଜଗତର ଜଣେ ପେସାଦାର କଣ୍ଠଶିଳ୍ପୀ ପାଲଟିଛନ୍ତି।

loading...

Leave A Reply

Your email address will not be published.