ଲୋକପ୍ରିୟ ସାଲବେଗ ଭଜନ ‘ଆହେ ନୀଳଶୈଳ…’କୁ ଭିନ୍ନ ଶୈଳୀରେ ଗାଇ ସୋନା ପୁଣି ବିବାଦରେ

0 12

ଭୁବନେଶ୍ୱର: ଓଡ଼ିଶାର ଭୁବନେଶ୍ୱରରେ ଜନ୍ମିତ କଣ୍ଠଶିଳ୍ପୀ ସୋନା ମହାପାତ୍ର ପୁଣି ବିବାଦରେ । ସୋନା ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଆଧାରିତ ତଥା ଭକ୍ତ ସାଲବେଗଙ୍କ ରଚିତ ଲୋକପ୍ରିୟ ଜଣାଣ ‘ଆହେ ନୀଳଶୈଳ..’କୁ ଭିନ୍ନ ଢଙ୍ଗରେ ଗାଇବା ସହିତ ଭଜନର କେତେକ ଶବ୍ଦକୁ ଠିକ୍‌ ଭାବେ ଉଚ୍ଚାରଣ କରିନାହାନ୍ତି। ଫଳରେ ସେ ବିବାଦ ଘେରକୁ ଆସିଛନ୍ତି । ଯେପରିକି ସାଲବେଗକୁ ସାଲେବେଗ, ମତ୍ତକୁ ‘ମାତ୍ର’, ଚରଣକୁ ‘ଚରଣେ‘, ଶ୍ରୀଅଙ୍ଗକୁ ‘ଛିରଙ୍ଗା’ ଆଦି ଭୁଲ ଉଚ୍ଚାରଣ କରିଛନ୍ତି। ଜଗନ୍ନାଥଙ୍କ ଏଭଳି ଲୋକପ୍ରିୟ ଜଣାଣକୁ ଭୁଲ ଭାବରେ ଗାଇବା ନେଇ ସୋନାଙ୍କୁ ବିଭିନ୍ନ ମହଲରେ ବିରୋଧ କରାଯାଇଛି।

ପୂର୍ବରୁ ମଧ୍ୟ ବହୁଚର୍ଚ୍ଚିତ ସମ୍ବଲପୁରୀ ଗୀତ ‘ରଙ୍ଗବତୀ..’କୁ ଆଧିନିକ ଶୈଳୀରେ ପରିବେଷଣ କରି ସୋନା ବିବାଦ ଘେରକୁ ଆସିଥିଲେ। ‘ରଙ୍ଗବତୀ..’ର ସ୍ବର ଓ ଭାଷାକୁ ସେ ବିକୃତ ଢ଼ଙ୍ଗରେ ଉପସ୍ଥାପନ କରିଛନ୍ତି ବୋଲି ଅଭିଯୋଗ ହୋଇଥିଲା। ଏଥିସହ ସେ ‘ରଙ୍ଗବତୀ..’ର ମୂଳ ଗାୟକ ଓ .ଲେଖକଙ୍କ ଅନୁମତି ନେଇ ନ ଥିବାର ଅଭିଯୋଗ ମଧ୍ୟ ହୋଇଥିଲା। ସୋନା ଜଣେ ଜଣାଶୁଣା ଗାୟିକା। ସେ ଦେଶବିଦେଶର ଅନେକ କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣ କରିଛନ୍ତି । ଏଥିସହ ସେ ଅନେକ ବଲିଉଡ୍ ଫିଲ୍ମରେ ମଧ୍ୟ କଣ୍ଠଦାନ କରିଛନ୍ତି।

Leave A Reply

Your email address will not be published.