Breaking

ଲାଞ୍ଜିଗଡ଼ ଅଞ୍ଚଳ ବାସୀଙ୍କ ଉତ୍ତୋରତ୍ତର ଉନ୍ନତି ପାଇଁ ବେଦାନ୍ତର ‘ଜନଶୁଣାଣୀ ଏବଂ ସହଯୋଗ କେନ୍ଦ୍ର

0

ଲୋକମାନଙ୍କର ଜିବୀକା ନିର୍ବାହ ଏବଂ ସାମାଜିକ-ଅର୍ଥନୈତିକ ଅବସ୍ଥାରେ ଉନ୍ନତି\nଆଣିବା ପାଇଁ ଏହି ଗୋଷ୍ଠୀ ସଂଯୋଗକାରୀ ମଞ୍ଚ ବେଦାନ୍ତ ତରଫରୁ ଏକ ଅଭିନବ ପ୍ରୟାସ ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା, ୨୦/୮/୨୦୧୯: ବେଦାନ୍ତର ଗୋଷ୍ଠୀ ସଂଯୋଗକାରୀ କାର୍ଯ୍ୟକ୍ରମର ସମ୍ପ୍ରସାରଣ ସୁରୂପ, କମ୍ପାନୀ ପକ୍ଷରୁ ‘ଜନ ଶୁଣାଣୀ ଏବଂ ସହଯୋଗ କେନ୍ଦ୍ର’ ଭିତ୍ତିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ଲାଞ୍ଜିଗଡ଼ରେ ଗୋଷ୍ଠୀ ସମୂହର ସାମାଜିକ-ଅର୍ଥନୈତିକ କ୍ଷେତ୍ରରେ ବିକାଶ ପାଇଁ ଲକ୍ଷ୍ୟ ରଖାଯାଇଛି । ଗଠିତ ହୋଇଥିବା ଅଭିଯୋଗ ପତ୍ରିକାର ବିଭାଗର ସମାଧାନ, ଉପଦେଶ ଏବଂ ସହଯୋଗ ମାଧ୍ୟମରେ ଆଞ୍ଚଳିକ ଲୋକ ମାନଙ୍କର ଜିବୀକା ନିର୍ବାହ ଏବଂ ସେମାନଙ୍କର ସାମାଜିକ- ଅର୍ଥନୈତିକ ସ୍ତରରେ ଉନ୍ନତି ଆଣିବାରେ ସହାୟକ ହୋଇପାରିବ ।

ଏହିସବୁ ବିଭାଗ ଅଞ୍ଚଳର ବାସିନ୍ଦାଙ୍କ ସମସ୍ୟା ଗୁଡ଼ିକର ସମାଧାନ ପାଇଁ ଲକ୍ଷ୍ୟ ରଖିଛି ଏବଂ ଉତ୍ତମ ସମାଧାନ ଏବଂ ଉପଦେଶ ମାଧ୍ୟମରେ ଲୋକମାନଙ୍କୁ ସଠିକ ଉତ୍ସକୁ ଉପଯୋଗ କରିବାର ପନ୍ଥା ଯୋଗାଇଦେଇଥାଏ । ଉକ୍ତ ପ୍ରତିକାର ବ୍ୟବସ୍ଥା ଗୋଷ୍ଠୀ ମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ସହ ପରିଚିତି କରାଇବା ସହ ତାହାର ଲାଭ ଉଠାଇବାରେ ସହାୟକ ହୋଇଥାଏ ।

ଏହି ପଦକ୍ଷେପ ସମ୍ପର୍କରେ ଲାଞ୍ଜିଗଡ଼ ୟୁନିଟ୍, ବେଦାନ୍ତ ଆଲୁମିନିୟମର ସିଓଓ, ଶ୍ରୀ ରାକେଶ ମୋହନ କହିଛନ୍ତି ଯେ, “ବେଦାନ୍ତ ଗୋଷ୍ଠୀ ମାନଙ୍କ ସହ ସକ୍ରିୟ ଭାବେ ଜଡ଼ିତ ରହିବା ସହିତ ସ୍ଥାନୀୟ ସରକାର ତଥା ପ୍ରମୁଖ ପୁଞ୍ଜୀ ଲଗାଣକାରୀଙ୍କ ସହ ସହଯୋଗୀତା କରି ଲୋକମାନଙ୍କର ସାମୁହିକ ସୁଖ ଏବଂ ଜୀବନସ୍ତରରେ ଉନ୍ନତି ଆଣିପାରିଛି । ଆମେ ଗ୍ରହଣ କରିଥିବା ଅନ୍ୟାନ୍ୟ ପଦକ୍ଷେପ ଗୁଡ଼ିକ ମଧ୍ୟରେ ଆମର ଏହି ସ୍ୱତନ୍ତ୍ର ପଦକ୍ଷେପ ଗୋଷ୍ଠୀ ସଦସ୍ୟମାନଙ୍କ ସଶକ୍ତିକରଣରେ ସହାୟକ ହେବା ସହ ଉକ୍ତ ଅଞ୍ଚଳରେ ଏକ ଉନ୍ନତ ବାତାବରଣ ସୃଷ୍ଟି କରିପାରିବ ।

ଌକ୍ତଙ୍କକ୍ଟଗ୍ଧ; ଉକ୍ତ ‘ଜନ ଶୁଣାଣୀ ଏବଂ ସହଯୋଗ କେନ୍ଦ୍ର’ ସପ୍ତାହରେ ଅତିକମ୍ରେ ଥରେ ବିଶେଷ କରି ଶୁକ୍ରବାର ଦିନ ୩ଟା ରୁ ୫ଟା ପର୍ଯ୍ୟନ୍ତ ବେଦାନ୍ତର ଭିନ୍ନ ଭିନ୍ନ ବିଭାଗରେ କାର୍ଯ୍ୟରତ ପ୍ରତିନିଧିମାନଙ୍କ ଦ୍ୱାରା ପରିଚାଳିତ ହୋଇଥାଏ । ଏହି ସମୟସୀମା ମଧ୍ୟରେ ଲୋକମାନେ କମ୍ପାନୀର କର୍ମଚାରୀମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ସିଧାସଳଖଭାବେ କଥା ହୋଇପାରିବେ ତଥା ସେମାନଙ୍କର ସମସ୍ୟା ଓ ମତାମତ ଦେଇପାରିବେ ଏବଂ ଗୋଷ୍ଠୀର ଉନ୍ନତି ପାଇଁ ମଧ୍ୟ ସେମାନେ ବିଭିନ୍ନ ଉପାୟମାନ ଆଲୋଚନା କରିପାରିବେ । ଶ୍ରୀଯୁକ୍ତ ରାକେଶ ମୋହନ ଆହୁରୀ ମଧ୍ୟ କହିଛନ୍ତି “ୟୁନିଟ୍ ଏବଂ ଗୋଷ୍ଟୀ ମଧ୍ୟରେ ପ୍ରତ୍ୟେକ୍ଷ\nସଂଯୋଗ ଠକାମୀକୁ ଏଡ଼ାଇଥାଏ ଯାହାକି ଏକ ମୁକ୍ତ ଏବଂ ସ୍ୱଚ୍ଛ ଯୋଗାଯୋଗ ନିର୍ମାଣ କରିବା ସହ ବିଶ୍ୱାସକୁ ବଜାୟ ରଖିବାରେ ସହାୟକ ହୋଇଥାଏ ।”

loading...

Leave A Reply

Your email address will not be published.