ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରୁ ଶୁଳ୍କ ହ୍ରାସର ସମ୍ଭାବନା ନାହିଁ: ଜେଟ୍‌ଲିଙ୍କ ପରୋକ୍ଷ ଇଙ୍ଗିତ!

0 16

ନୂଆଦିଲ୍ଲୀ: ସୋମବାର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଦେଶର ନାଗରିକଙ୍କୁ ସଚ୍ଚୋଟତାର ସହ କର ଦେବାକୁ ନିବେଦନ କରିଛନ୍ତି। ଏଥିସହ ସେ ଏହା ମଧ୍ୟ କହିଛନ୍ତି ଯେ ଏହା ଦ୍ୱାରା ତୈଳ ବିକ୍ରିରୁ ଆସୁଥିବା ଆୟ ଉପରୁ ରାଜସ୍ୱ ନିର୍ଭରଶୀଳତା ହ୍ରାସ ପାଇବ। ଅନ୍ୟପକ୍ଷରେ ପରୋକ୍ଷ ଭାବେ ପେଟ୍ରୋଲ ଓ ଡିଜେଲ୍‌ ଉପରୁ ଅବକାରୀ ଶୁଳ୍କ ହ୍ରାସ ହେବ ନାହିଁ ବୋଲି ସେ ସୂଚିତ କରିଛନ୍ତି।

ସୋମବାର ଫେସ୍‌ବୁକ୍‌ରେ ଏକ ପୋଷ୍ଟିଂ ଜରିଆରେ ଅର୍ଥମନ୍ତ୍ରୀ ଜେଟ୍‌ଲି ଲେଖିଛନ୍ତି ଯେ ରାଜନୈତକି ନେତୃବୃନ୍ଦ ଏବଂ ଜନମତ ସୃଷ୍ଟିକାରୀ ବ୍ୟକ୍ତିବିଶେଷଙ୍କୁ ମୁଁ ଅନୁରୋଧ କରୁଛି କି ସେମାନେ ‘ଅଣ-ତୈଳ କର’ ସଂଗ୍ରହ କ୍ଷେତ୍ରରେ ରିହାତି ହାସଲକୁ ନିରୁତ୍ସାହିତ କରନ୍ତୁ। ଯଦି କରଦାତାମାନେ ସଚ୍ଚୋଟ ଭାବେ ସେମାନଙ୍କ କର ଦିଅନ୍ତି ,ତେବେ ତୈଳ ରାଜସ୍ୱ ଉପରେ ନିର୍ଭରଶୀଳତା କମିବ। ଯଦି ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରୁ ଚାପ ହେତୁ ଅବକାରୀ ଶୁଳ୍କ ହ୍ରାସ କରାଯାଏ, ତେବେ ଦେଶର ଆର୍ଥିକ ସ୍ଥିତି ଉପରେ କୁପ୍ରଭାବ ପଡ଼ିବ।

Leave A Reply

Your email address will not be published.