Breaking

କଳା ଓଠକୁ ନେଇ ବ୍ୟସ୍ତ ହେଉଛନ୍ତି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ

0

ମୁହଁର ଗୋରାପଣ ବା ଗଠନଠାରୁ ଲୋକଙ୍କୁ ଅଧିକ ଆକର୍ଷିତ କରିଥାଏ ଓଠ । କିନ୍ତୁ ଆମେମାନେ ଓଠରେ ବିଭିନ୍ନ ପ୍ରକାର କେମିକାଲ୍‌ ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାଉ, ଯାହାର ଖରାପ ପ୍ରଭାବ ଆମ ଓଠ ଉପରେ ପଡିଥାଏ ଓ ତାକୁ କଳା ପକାଇଦିଏ । ଏହା ସହ ଖରାରେ ଗଲାବେଳେ ମଧ୍ୟ ସୂର୍ଯ୍ୟ କିରଣ ପଡି ଓଠ କଳା ପଡିଥାଏ । ଯଦି ଆପଣଙ୍କ ଓଠ ବି ସେହିଭଳି କଳା ପଡିଛି, ତେବେ ବ୍ୟସ୍ତ ନହୋଇ ଘରୋଇ ଉପାୟ ଅବଲମ୍ବନ କରନ୍ତୁ । ଯାହାଦ୍ଵାରା ଆପଣଙ୍କ ଓଠ ପୂର୍ବଭଳି ଗୋଲାପୀ ହୋଇଯିବ ।

– ଓଠରେ ଲେମ୍ବୁ ରସ ଲଗାଇବା ଦ୍ୱାରା ପିଗ୍‌ମେଟେସନ୍‌ ପାଇଁ କଳା ପଡିଯାଇଥିବା ଓଠ ଗୋଲାପି ହେବା ଆରମ୍ଭ କରିବ । ଏହା ଆପଣଙ୍କୁ ପ୍ରତିଦିନ କରିବାକୁ ପଡିବ ।

– ହଲଦି ଗୁଣ୍ଡ କେବେ ଓଠରେ ଲଗାଇବା କଥା ଆପଣ ଭାବିଛନ୍ତି । ଏହା ଓଠର କଳାଅଂଶକୁ ଦୂର କରିଥାଏ ।

– ଶୋଇବା ପୂର୍ବରୁ ଟିକେ ନଡିଆ ତେଳ ଆଣି ଓଠରେ ଲଗାନ୍ତୁ । କିଛି ଦିନ ଏମିତି କରିବା ଦ୍ୱାରା ଦେଖିବେ ଆପଣଙ୍କ ଓଠର ରଙ୍ଗ ଗୋଲାପି ହୋଇଯିବ।

– ଓଠର ରଙ୍ଗ ଗୋଲାପି କରିବାରେ ବିଟ୍‌ ରସ ମଧ୍ୟ ବେଶ୍‌ ଉପକାରୀ। ପ୍ରତିଦିନ ବିଟ୍‌ ରସ ଲଗାଇବା ଦ୍ୱାରା ମଧ୍ୟ ଓଠର ଚମକ ପୂର୍ବଭଳି ହୋଇଥାଏ ।

– ନଡିଆ ତେଲ, ଲେମ୍ବୁ ରସ ସହ କାକୁଡି ରସକୁ ମିଶାଇ ଓଠରେ ଲଗାଇବା ଦ୍ଵାରା ମଧ୍ୟ ବହୁ ଫାଇଦା ହୁଅ । ଏପରି କରିବା ଦ୍ଵାରା ଓଠର ରଙ୍ଗ ଗୋଲାପି ହେବା ସହ ଚିକ୍ଣଣ ରୁହେ ।

loading...

Leave A Reply

Your email address will not be published.